ପୃଥିବୀକୁ ପ୍ରକୃତରେ କିଏ ଶାସନ କରୁଅଛି?
ଆପଣଙ୍କ ମତରେ କି . . .
-
ଈଶ୍ୱର?
-
ମନୁଷ୍ୟ?
-
ନା ଶୟତାନ?
ବାଇବଲ କʼଣ କହେ
“ସମସ୍ତ ଜଗତ ଯେ ପାପାତ୍ମାର ଅଧୀନ ।”—୧ ଯୋହନ ୫:୧୯.
“ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେହିଁ ଈଶ୍ୱରଙ୍କ ପୁତ୍ର ପ୍ରକାଶିତ ହେଲେ ।”—୧ ଯୋହନ ୩:୮, BSI ବାଇବଲ ।
ଏହା ଜାଣିବା ଦ୍ୱାରା ଆପଣଙ୍କୁ କʼଣ ଲାଭ ହେବ
ଏହା ପୃଥିବୀର ସମସ୍ୟାର ଯୁକ୍ତିଯୁକ୍ତ ପ୍ରମାଣ ଦିଏ ।—ପ୍ରକାଶିତ ବାକ୍ୟ ୧୨:୧୨.
ପୃଥିବୀର ପରିସ୍ଥିତିର ପରିବର୍ତ୍ତନ ହେବାର ପ୍ରକୃତ କାରଣଗୁଡ଼ିକକୁ ବର୍ଣ୍ଣନା କରେ ।—୧ ଯୋହନ ୨:୧୭.
ଆମେ ପ୍ରକୃତରେ ବାଇବଲରେ ଲିଖିତ ବିଷୟ ଉପରେ ବିଶ୍ୱାସ କରି ପାରିବା କି?
ହଁ, ଆସନ୍ତୁ ଅତି କମ୍ରେ ତିନୋଟି କାରଣ ଦେଖିବା:
-
ଶୟତାନର ଶାସନ ଶେଷ ହେବ । ମାନବଜାତି ଉପରେ ଶୟତାନର ଶାସନକୁ ସମାପ୍ତି କରିବାପାଇଁ ଯିହୋବା ସ୍ଥିର କରିଛନ୍ତି । ସେ ପ୍ରତିଜ୍ଞା କରିଛନ୍ତି ଯେ “ଶୟତାନକୁ ବିନାଶ” କରିବେ ଏବଂ ଶୟତାନ ମାନବଜାତିର ଯାହା ଯାହା କ୍ଷତି କରିଛି ତାହା ସେ ପୁଣି ଥରେ ଠିକ୍ କରିବେ ।—ଏବ୍ରୀ ୨:୧୪.
-
ଯୀଶୁଙ୍କୁ ପୃଥିବୀ ଉପରେ ଶାସନ କରିବା ପାଇଁ ଈଶ୍ୱର ଅଧିକାର ଦେଇଛନ୍ତି । ପୃଥିବୀର ନିଷ୍ଠୁର ଓ ସ୍ୱାର୍ଥପର ଶାସକଙ୍କ ଠାରୁ ଯୀଶୁଙ୍କ ଶାସନ ସମ୍ପୂର୍ଣ୍ଣ ଭିନ୍ନ ହେବ । ଯୀଶୁଙ୍କ ଶାସନ ବିଷୟରେ, ଈଶ୍ୱର କହନ୍ତି: “ସେ ଦରିଦ୍ର ଓ ଦୀନହୀନ ପ୍ରତି ଦୟା କରିବେ ଓ ସେ ଦୀନହୀନମାନଙ୍କର ପ୍ରାଣ ଉଦ୍ଧାର କରିବେ ।”—ଗୀତସଂହିତା ୭୨:୧୩, ୧୪.
-
ଈଶ୍ୱର କେବେ ମିଛ କହନ୍ତି ନାହିଁ । ବାଇବଲ କହେ ଯେ ଈଶ୍ୱରଙ୍କ ପାଇଁ “ମିଥ୍ୟା କହିବା ଅସମ୍ଭବ ।” (ଏବ୍ରୀ ୬:୧୮) ଯିହୋବା ଯେବେ କିଛି କରିବା ପାଇଁ ପ୍ରତିଜ୍ଞା କରନ୍ତି, ତାହା ମାନି ନିଅ ଯେ ପୂରା ହୋଇଗଲା । (ଯିଶାଇୟ ୫୫:୧୦, ୧୧) “ଏହି ଜଗତର ଅଧିପତିକୁ ବାହାରେ ପକାଯିବ ।”—ଯୋହନ ୧୨:୩୧.
ଏହା ଭାବି ଦେଖନ୍ତୁ
ପୃଥିବୀର ଶାସକ, ଶୟତାନକୁ ବାହର କରି ଦିଆଗଲା ପରେ ପରିସ୍ଥିତି କିପରି ହେବ?
ବାଇବଲ ଏହି ପ୍ରଶ୍ନର ଉତ୍ତର ଏଠାରେ ଦିଏ ଗୀତସଂହିତା ୩୭:୧୦, ୧୧ ଏବଂ ପ୍ରକାଶିତ ବାକ୍ୟ ୨୧:୩, ୪.